MAHAPRABHU-SHREE MAHAPRASADA

MAHAPRAVU-*ଶ୍ରୀମହାପ୍ରସାଦ*
MAHAPRABHU SHREE JAGANNATH (BAPA) IS ABSOLUTE TRUE,
OTHER THAN HIM ARE RELATIVELY TRUE….
*ଶ୍ରୀମହାପ୍ରସାଦ*
*ସେବନ_ବିଧି*
*ଶ୍ରୀମହାପ୍ରସାଦ ବାଢ଼ିବାର ନିୟମ ll*
ଶ୍ରୀମହାପ୍ରସାଦକୁ ସର୍ବଦା
ଭୂମିରେ ବସି ବିନା ଆସନରେ ବସି ସେବନ କରିବା ବିଧେୟ।
କଦଳୀ ପତ୍ରରେ ହିଁ ସେବନ କରିବେ l ଶ୍ରୀମହାପ୍ରସାଦ ବଢା ଯାଉଥିବା ସମୟରେ
କଦଳୀ ପତ୍ରର ସରୁ ଭାଗ ବାମକୁ ତଥା ଏହାର ଓସାରିଆ ଭାଗ ଦକ୍ଷିଣ ପଟ ରେ ରହିବା ଆବଶ୍ୟକ।
(କାରଣ ଏହାଦ୍ବାରା କଦଳୀ ପତ୍ରର ଦକ୍ଷିଣ ଭାଗରେ ଅଧିକ ପରିମାଣର ଶ୍ରୀମହାପ୍ରସାଦ ବଢାଯାଇପାରିବ ଯାହାକି ଏକ ବ୍ୟକ୍ତି ପକ୍ଷେ ଦକ୍ଷିଣ ହାତର ବ୍ୟବହାର କରି ସେବନ କରିବା ପାଇଁ ସୁବିଧା ଜନକ ହେବ।)
କଦଳୀ ପତ୍ରରେ *ଶ୍ରୀମହାପ୍ରସାଦ ବଢା ଯିବା ସମୟରେ*
*ଲେମ୍ବୁ, ଲୁଣ, ଲଙ୍କା*କୁ – ସେବନ କରିବାକୁ ବସିଥିବା ବ୍ୟକ୍ତିଙ୍କର, ଦକ୍ଷିଣ ଦିଗରେ, ପତ୍ରର ଉପରି ଭାଗରେ, ବାଢିବା ଉଚିତ।
*ଅନ୍ନ* ମହାପ୍ରସାଦ ସର୍ବଦା ସେବନକାରୀ ବ୍ୟକ୍ତିଙ୍କର ନିକଟ ଆଡ଼କୁ, ପାଖାପାଖି ପତ୍ରର ମଝିରେ, ବାଢିବା ଉଚିତ l
*ଡାଲି* ତଥା *ଡାଲମା* ତାହା ନିକଟରେ ବାଢିବା ଆବଶ୍ୟକ।
ତତ୍ପରେ ଏହାର ଚତୁର୍ପାର୍ଶ୍ୱରେ ଅନ୍ୟ ଶ୍ରୀମହାପ୍ରସାଦ ମାନ ବାଢିବା ଉଚିତ।
ସମସ୍ତ *ଶ୍ରୀମହାପ୍ରସାଦ ବଢା ହୋଇସାରିବା ପରେ*
ଏହାକୁ ସେବନ କରିବା ପୂର୍ବରୁ,
ନିମ୍ନୋକ୍ତ ଶ୍ଲୋକଟିକୁ ପାଠ କରିବା ଆବଶ୍ୟକ।
“ନୀଳାଚଳ-ନୀବାସାୟ ନିତ୍ୟାୟ ପରମାତ୍ମନେ।
ବଳଭଦ୍ର-ସୁଭଦ୍ରାଭ୍ୟାଂ ଜଗନ୍ନାଥାୟ ତେ ନମଃ ।।”
ଅର୍ଥ –
“ହେ ଶ୍ରୀମହାପ୍ରସାଦ!
ନୀଳାଚଳ ନିଵାସୀ,
(ନିତ୍ୟ, ପରମାତ୍ମା, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ସଂଯୁକ୍ତ ଶ୍ରୀଜଗନ୍ନାଥଙ୍କୁ)
ପ୍ରଣାମ କରି, ଆପଣଙ୍କ ସେବନ କରୁଅଛି।”
ଏହାପରେ ଶ୍ରୀମହାପ୍ରସାଦ ସେବନ ଆରମ୍ଭ କରିବା ଆବଶ୍ୟକ।
ଶ୍ରୀମହାପ୍ରସାଦର ସେବନ ସମାପ୍ତି ପରେ, ନିମ୍ନୋକ୍ତ ଶ୍ଲୋକଟିକୁ ପାଠ କରିବା ଉଚିତ।
“ୟଦନ୍ନଂ ପାଚୟେତ୍ ଲକ୍ଷ୍ମୀ – ର୍ଭୁଙକ୍ତେ ଶ୍ରୀପୁରୁଷୋତ୍ତମଃ।
ତଦନ୍ନଂ ମୋକ୍ଷଦଂ ଦିବ୍ୟଂ ଭକ୍ଷଣାତ୍ ପାପନାଶନମ୍ ।।”
ଅର୍ଥ –
“ହେ ଶ୍ରୀମହାପ୍ରସାଦ! ମାତା ମହାଲକ୍ଷ୍ମୀ ଆପଣଙ୍କୁ ପାକ କରନ୍ତି ଓ ଶ୍ରୀଜଗନ୍ନାଥ ଆପଣଙ୍କୁ ଭୋଜନ କରନ୍ତି।
ତାଙ୍କର ଭୋଜନର ଅବଶିଷ୍ଟାଂଶ ଆପଣ ଅଟନ୍ତି।
ଆପଣ ମୋକ୍ଷଦାୟୀ ତଥା ଆପଣଙ୍କ ସେବନ ଦ୍ୱାରା ପାପ ନାଶ ହୋଇଥାଏ।”
ଏହାପରେ, ମୁଖ ଧୌତ ସମୟରେ, କେବେହେଲେ କୁଳୁକୁଜା କରି ଜଳକୁ, ମୁଖରୁ ବାହାରକୁ ଫିଙ୍ଗିବା ଉଚିତ ନୁହେଁ, କାରଣ, ଏହାଦ୍ୱାରା ପାପ ଲାଗିଥାଏ । କେବଳମାତ୍ର ଜଳପାନ କରି ମୁଖକୁ ପୋଛିଦେବା ଉଚିତ।
ଏହିପରି ବିଧିରେ, ଦେବତାଙ୍କ ପାଇଁ ଦୁର୍ଲ୍ଲଭ ଶ୍ରୀମହାପ୍ରସାଦ ସେବନ କରିବା ଦ୍ୱାରା, ଆମର ପାପ ନାଶ ହୋଇଥାଏ ତଥା ଅଶେଷ ପୁଣ୍ୟ ଅର୍ଜିତ ହୋଇଥାଏ।
ଶ୍ରୀମହାପ୍ରସାଦକୁ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ଏକତ୍ର ସେବନ କରିବା ବିଧେୟ।
ଶ୍ରୀମହାପ୍ରସାଦର ବିଶେଷତ୍ଵ ଏହିକି ଯେ ଏହା କେବେହେଲେ ଅଇଁଠା ହୁଏନାହିଁ, ତଥା ଏହାକୁ ଏକାଧିକ ବ୍ୟକ୍ତି, ଗୋଟିଏ ପାତ୍ରରେ ମଧ୍ୟ, ଏକତ୍ର ସେବନ କରିପାରିବେ।
The Eternal Mystery Of Mahaprabhu Shree Jagannath by Srikanta…..
ହେ ମଣିମା
Rath Yatra is just 109 days away book your rath now!!
Snana Yatra is just 92 days away prepare for the birth of jagannath
Low cost international shipping / free shipping for bharat
Use code PURIDHAM11 and get 11% discount on your seva purchase
×
Access
ACCESSIBILITY ×
🛒 🛒 Shop
Home
Knowledge
Search
Ritual
Shop
Live: Mangal Arati ×
Secret Link